ସୂଚୀପତ୍ର – ଏହି ସଂଖ୍ୟାରେ

No Results Found

The page you requested could not be found. Try refining your search, or use the navigation above to locate the post.

No Results Found

The page you requested could not be found. Try refining your search, or use the navigation above to locate the post.

ସଂଖ୍ୟା ୯୧

ସମ୍ପାଦକୀୟ.. .. ..

ବନବରତାର ଏହି ସଂସ୍କରଣଟି ପାରମ୍ପରିକ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଓ ପରିଚାଳନାର ଦୃଢ଼  ଧାରଣା ଉପରେ ଆଧାରିତ: ଯେଉଁମାନେ ଜଙ୍ଗଲ ଭିତରେ ଓ ପରିପାର୍ଶ୍ୱରେ ବାସ କରନ୍ତି, ସେମାନେ ହିଁ ଜଙ୍ଗଲର ସର୍ବୋତ୍ତମ ରକ୍ଷକ । ଆମେ ଏହାକୁ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ ବୋଲି କହୁ । ଏହା ହେଉଛି ଗ୍ରାମବାସୀଙ୍କର ଏକ ପାରମ୍ପରିକ ଅଭ୍ୟାସ- ସେମାନେ ନିଜେ ଏକାଠି ହୋଇ ନିଜ ଜଙ୍ଗଲକୁ ସୁରକ୍ଷା କରିବା, ଜଙ୍ଗଲରୁ ସଂଗୃହୀତ ବନଜାତ ଦ୍ରବ୍ୟକୁ କିପରି ଉପଯୋଗ କରାଯାଇପାରିବ ତାହାର ନିୟମ ତିଆରି କରିବା, ବେଆଇନ...

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ: ଏହାର ପ୍ରକୃତ ଅର୍ଥ କ’ଣ ? ଏହାର ଅର୍ଥ ସୁନିଶ୍ଚିତ କରିବା ନୁହେଁ ଯେ , ଜଙ୍ଗଲରେ ଯାହାର ସଂରକ୍ଷଣ କରାଯିବ ତାହାର ଭୌତିକ ପରିମାଣ ଓ ଗୁଣବତ୍ତାରେ କୌଣସି ମଧ୍ୟ ବାହ୍ୟ ପ୍ରବହ କାରଣରୁ କେବେ କୌଣସି ପ୍ରକାର ପରିବର୍ତ୍ତନ ନ ହେଉ? ତାହା ସେହିଭଳି ଅପରିବର୍ତ୍ତୀତ ରହିବା ଉଚିତ୍, ବନ ସଂରକ୍ଷଣର ଏହା ହିଁ ଅର୍ଥ ଅଟେ । ପ୍ରଭାବଶାଳୀ ସଂରକ୍ଷଣ ଗୋଷ୍ଠୀ ଏହା କହିଥାନ୍ତି, ତେବେ କୌଣସି ବୈଜ୍ଞାନିକ ପ୍ରୟୋଗ କରି କେହି କେବେ ଜଙ୍ଗଲର ସଂରକ୍ଷଣ କରିପାରିବ କି? ପ୍ରକୃତି ଯିଏ...

ସାମୂହିକ ଜଙ୍ଗଲ ସଂରକ୍ଷଣ: ପ୍ରକୃତି ସହିତ ଆତ୍ମୀକ ସମ୍ବନ୍ଧ ଓ ସହବିକାଶ

ଡକ୍ଟର ନୀରା ସିଂଙ୍କ ସହ ଆନ୍ତରିକ ବାର୍ତ୍ତାଳାପ ପ୍ରଶ୍ନ: ‘ବନବାରତା’ର ଚଳିତ ସଂସ୍କରଣ ଜଙ୍ଗଲର ଗୋଷ୍ଠୀ ସଂରକ୍ଷଣ ପଦକ୍ଷେପକୁ ବିଶେଷ ଗୁରୁତ୍ୱ ଦେଇଛି ।ଆମେ ପ୍ରାରମ୍ଭିକ ସମୟରୁ ଏହାର କ୍ରମବିକାଶ ବିଷୟରେ ଜାଣିବାକୁ ଚାହିଁବୁ  । କାରଣ ଅନେକ ଯୁବ ଗବେଷକ ଓ ପ୍ରୟୋଗକର୍ତ୍ତାମାନେ ମନେ କରନ୍ତି ଯେ ଅଶୀ ଓ ନବେ ଦଶକ ଥିଲା ଓଡ଼ିଶାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ପାଇଁ ଏକ ଗଠନମୂଳକ ସମୟ । ଆପଣ କ'ଣ ସେହି ପ୍ରାରମ୍ଭିକ ସମୟକୁ ପୁଣି ଥରେ ମନେ ପକାଇ ପାରିବେ, ଯେତେବେଳେ ଜଙ୍ଗଲ ଆନ୍ଦୋଳନ ପାଇଁ...

ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ପୃଷ୍ଠଭୂମି: ତୃଣମୂଳସ୍ତରରୁ ସଂରକ୍ଷଣ ଓଡ଼ିଶା ଭାରତର ସାମୂହିକ ନେତୃତ୍ୱରେ ଜଙ୍ଗଲ ସଂରକ୍ଷଣର ସବୁଠାରୁ ଜୀବନ୍ତ ପରିଦୃଶ୍ୟ ସୃଷ୍ଟି କରି ପାରିଛି । ଏଭଳି ଏକ ପ୍ରାକୃତିକ ପରିଦୃଶ୍ୟ ଯେଉଁଠି ପାରିସ୍ଥିତିକ (ecosystem) ଜ୍ଞାନ, ସାଂସ୍କୃତିକ ପରିଚୟ ଓ ଗଣତାନ୍ତ୍ରିକ ଅନୁଶାସନର ସୁନ୍ଦର ସଂଯୋଗ ଘଟିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଜଙ୍ଗଲ ପରିଚାଳନାର ବହୁ ପୂର୍ବରୁ, ଜଙ୍ଗଲ ନିର୍ଭରଶୀଳ ସମୁଦାୟ ଅନେକ ପିଢ଼ିରୁ ପ୍ରାକୃତିକ ସମ୍ବଳ ସହିତ ଯୋଡି ହୋଇ ତାର ପରିଚାଳନା, ଜୈବ ବିବିଧତାର...

ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଉପକ୍ରମ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର (କମ୍ୟୁନିଟି କନ୍ଜରଭଡ୍ ଏରିଆ-CCA) – ଏହି ଶବ୍ଦର ବ୍ୟବହାର କିଛି ଦଶକ ପୁରୁଣା ହୋଇପାରେ; କିନ୍ତୁ ଭାରତରେ ଏହାର ପ୍ରଚଳନ ମନୁଷ୍ୟର ଇତିହାସ ପରି ପୁରୁଣା ଅଟେ । ପାରମ୍ପରିକ ସଂରକ୍ଷଣ ପଦ୍ଧତି ଓ କୌଶଳ ବିକାଶ ଲାଭ କରିବାର ଅନେକ ପୂର୍ବରୁ ସିସିଏର ଅସ୍ତିତ୍ୱ ଥିଲା ଏବଂ ତାହା ଉପରୋକ୍ତ ପଦ୍ଧତିଗୁଡ଼ିକ ସହ ଯୋଡ଼ିହୋଇ ଥିଲା; କିନ୍ତୁ ଦେଶର ସଂରକ୍ଷଣ ଛବିର ପ୍ରଚ୍ଛଦପଟରେ ଏହା ରହିଥିଲା । ଏସବୁ ନିରନ୍ତର ବିକାଶଶୀଳ ଓ ସହନଶୀଳ ପରିଚାଳନା ପଦ୍ଧତିକୁ...

ଜଙ୍ଗଲ ଅଧିକାର ଆଇନ୍ : କିଛି ମନ୍ତବ୍ୟ

ମାର୍ଚ୍ଚ ୩୧ ତାରିଖକୁ ବିଶ୍ୱ ଜଙ୍ଗଲ ଦିବସ ଭାବରେ ପାଳନ କରାଯାଏ  । ଏଥିପାଇଁ ଚଳିତ ବର୍ଷର ପ୍ରସଙ୍ଗ ଥିଲା “ଜଙ୍ଗଲ ଓ ଅର୍ଥନୀତି”  । ଏହି ପ୍ରସଙ୍ଗଟିର ଗୁରୁତ୍ୱ ଖୁବ୍ ବେଶୀ  । ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶ ପାଇଁ, ସହର ଓ ଶିଳ୍ପ ପାଇଁ ଅନେକ ସମୟରେ ଜଙ୍ଗଲ ଜମିକୁ ବ୍ୟବହାର କରିବାକୁ ପଡେ  । ଏହାଦ୍ୱାରା ଜଙ୍ଗଲର ଆୟତନ କମେ ଏବଂ ବାକି ରହୁଥିବା ଜଙ୍ଗଲର ଗୁଣାତ୍ମକ ମାନ ମଧ୍ୟ ପ୍ରଭାବିତ ହୁଏ  । ଏହାର ଅର୍ଥ ହେଉଛି ଅର୍ଥନୈତିକ ଉନ୍ନତି ପାଇଁ କିଛି ପରିମାଣର ଜଙ୍ଗଲକୁ ବଳି...

ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ ସଂରକ୍ଷଣ ଅଭିଯାନ: ଜଙ୍ଗଲ ଉପରେ ନିର୍ଭରଶୀଳ ମହିଳାମାନେ କିପରି ଓଡ଼ିଶାରେ ସଂରକ୍ଷଣ ପରିଚାଳନା ବ୍ୟବସ୍ଥାର ନୂଆ ପରିଭାଷା ଲେଖୁଛନ୍ତି ।ଓଡ଼ିଶାର ଜଙ୍ଗଲରେ ଗୋଷ୍ଠୀ ସଂରକ୍ଷଣର ଏକ ପରିଚୟ ଅଛି ଏବଂ ସେହି ପରିଚୟ ସାଜିଛନ୍ତି ଅଧିକାଂଶ କ୍ଷେତ୍ରରେ ମହିଳା । ଜଙ୍ଗଲ ଅଧିକାରର ଆଇନଗତ ସ୍ୱୀକୃତି ମିଳିବାର ବହୁ ପୂର୍ବରୁ ତଥା ଗବେଷକମାନେ ଗୋଷ୍ଠୀ ସଂରକ୍ଷଣ ବିଷୟରେ ଅନୁଧ୍ୟାନ କରିବା ପୂର୍ବରୁ ନୟାଗଡ଼, କଳାହାଣ୍ଡି ଓ ଅନ୍ୟ ଜିଲ୍ଲା...

ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

୧. ଜୈବ ବିବିଧତା ଓ ଗୋଷ୍ଠୀ ସଂରକ୍ଷଣ                 ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା - ଜଙ୍ଗଲ ଅଧିକାର ଆଇନ ଧାରା ୩ (୧) (ଝ) ଅଧୀନରେ ଗ୍ରାମସଭା ଦ୍ୱାରା ଜଙ୍ଗଲ ପରିସଂସ୍ଥାନର ସାମୂହିକ ସୁରକ୍ଷା, ପୁନର୍ଜନନ ଏବଂ ପରିଚାଳନା- ଏହା କେବଳ ମାତ୍ର ଏକ ଆଇନଗତ ଅଧିକାର ଅପେକ୍ଷା ଆହୁରି ଅଧିକ । ଏହା ସଂରକ୍ଷଣର ଏକ ସମୟ-ପରୀକ୍ଷିତ, ସହଭାଗୀ ପ୍ରକ୍ରିୟାର ନମୁନା ଯାହା ପରିବେଶଗତ ପାରମ୍ପରିକ ଜ୍ଞାନ, ଜଙ୍ଗଲ ପରିଚାଳନା ଏବଂ ଦୀର୍ଘକାଳୀନ ଜୀବିକାକୁ ସୁଦୃଢ କରେ । ଯେଉଁ ଅଞ୍ଚଳରେ...

ଓଡ଼ିଶାରେ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ : ବର୍ତ୍ତମାନ ସ୍ଥିତି ଓ ଆହ୍ୱାନ

ଜଙ୍ଗଲର ସୁରକ୍ଷା କରିବା ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନନିବାସୀମାନଙ୍କର ପାରମ୍ପରିକ ଅଭ୍ୟାସ ଓ ସଂସ୍କୃତିର ଅଂଶ । ଜଙ୍ଗଲ ତଥା ବନଜାତ ଦ୍ରବ୍ୟ ଉପରେ ଆଦିକାଳରୁ ସେମାନେ ନିର୍ଭର ରହି ଆସିଛନ୍ତି  । ଯଦିଓ ଆମଦେଶ ଜଙ୍ଗଲ ସମ୍ପଦରେ ଧନୀ, ତେବେ ମଧ୍ୟ ସମୟାନୁକ୍ରମେ ଜଙ୍ଗଲ ଧ୍ୱଂସ ହେବା ଲୋକମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ରୂପରେ ପ୍ରକଟ ହେଲା । ବ୍ରିଟିଶ ଶାସନର ଶୋଷଣ  ଏବଂ ପରବର୍ତ୍ତୀ ସମୟରେ ବିକାଶ ନାମରେ ଗଛକଟା ଯୋଗୁଁ ଜଙ୍ଗଲ ନଷ୍ଟ ହେଲା । ଜାଳେଣୀ କାଠ ତଥା ଜଙ୍ଗଲଜାତ...

ଗ୍ରାମ ସଭା ଦ୍ୱାରା ପରିବେଶ ପର୍ଯ୍ୟଟନ ପରିଚାଳନା : ଏକ ଦୃଷ୍ଟାନ୍ତ

ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀ ସେମାନଙ୍କର ପ୍ରାକୃତିକ ସମ୍ପଦଗୁଡ଼ିକୁ ପରିଚାଳନା ଏବଂ ସ୍ଥାୟୀ ଭାବରେ ବ୍ୟବହାର କରିବା ପାଇଁ ନୂତନ ସୁଯୋଗ ପାଇପାରିଛନ୍ତି । ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଗ୍ରାମସଭା ଦ୍ୱାରା  ଗଠନ ହୋଇଥିବା “ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି” କୁ ଗୋଷ୍ଠୀ ଜଙ୍ଗଲ ସମ୍ବଳର ସୁରକ୍ଷା, ସଂରକ୍ଷଣ, ପୁନଃଜନନ ପରିଚାଳନା କରିବା ପାଇଁ ସକ୍ଷମ କରୁଛି । ଏହି ଅନୁଷ୍ଠାନଗୁଡ଼ିକ...

ଅଧିକାର

କିଏ ଜବରଦଖଲକାରୀ ଓ କିଏ ଜବରଦଖଲ କରୁଛି

କିଏ ଜବରଦଖଲକାରୀ ଓ କିଏ ଜବରଦଖଲ କରୁଛି

ଜଙ୍ଗଲ ଆଦିବାସୀଙ୍କର ପରିଚୟ । ଜଙ୍ଗଲର ସୁରକ୍ଷାଦାତା ସାଜିଥିବା ଏହି ଆଦିବାସୀମାନେ ସମୟକ୍ରମେ ଉପନିବେଶବାଦ୍‌ର ଅଧୀନ ହୋଇ ଜବରଦଖଲକାରୀର ଆଖ୍ୟା ପାଇଲେ । ଆଉ ଶେଷରେ ପରିସ୍ଥିତି ଏମିତି ହେଲା କି ନିଜର ଠିକଣା ଜାଗାରୁ ବି ତାକୁ ବିସ୍ଥାପନର ଶିକାର ହେବାକୁ ପଡିଲା । ଜଙ୍ଗଲକୁ ବାସ୍ତବରେ ଅନ୍ୟ କେହି ଜବରଦଖଲ କରୁଥିବା ବେଳେ ଏହି...

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ ଦୃଷ୍ଟିରୁ ଭାରତର ସବୁଠାରୁ ସମୃଦ୍ଧ ଭୂପୃଷ୍ଠ ମଧ୍ୟରୁ ଓଡ଼ିଶା ଗୋଟିଏ। ଶତାବ୍ଦୀ ଧରି, ବନବାସୀ ସମ୍ପ୍ରଦାୟ; ଆଦିବାସୀ ଏବଂ ଅଣ-ଆଦିବାସୀ ଉଭୟ, ଜୀବନଧାରଣ, ଆୟ ସୃଷ୍ଟି ଏବଂ...

ଜଙ୍ଗଲ

ଜଙ୍ଗଲ ଅଧିକାର ଆଇନ; ଏକ ନୂଆ ସମ୍ଭାବନା

ଜଙ୍ଗଲ ଅଧିକାର ଆଇନ; ଏକ ନୂଆ ସମ୍ଭାବନା

ଜଙ୍ଗଲ ଅଧିକାର ଆଇନ ଆସିବା ଦ୍ୱାରା; ଜଙ୍ଗଲରେ ରହିଆସୁଥିବା ଆଦିବାସୀଙ୍କ ଅନୁଭବ ଓ ପାରମ୍ପରିକ ଜ୍ଞାନକୁ ଆଧାର କରି ବର୍ତ୍ତମାନ ଗ୍ରାମସଭାଗୁଡିକ ଆଇନଗତ ଭାବେ ଜଙ୍ଗଲ ସୁରକ୍ଷା ପାଇଁ ଅଧିକାର ପାଇଛନ୍ତି; ଏହି ପଦକ୍ଷେପ ଜଙ୍ଗଲ ଅଧିକାର ଆଇନକୁ ନେଇ ଏକ ନୂଆ ଯୁଗର ଆରମ୍ଭ କରିବ । ଲେଖକ: ସିଆର୍ ବିଜୟ ଅନୁବାଦ: ପ୍ରତିଭା ଘୋଷ...

ଜୀବନ ଜୀବିକା

ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା

ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା

କ୍ଷେତ୍ର ସ୍ତରରେ ବର୍ତ୍ତମାନ କାର୍ଯ୍ୟରତ ବସୁନ୍ଧରା କର୍ମୀ ଦୀପେନ୍ ଛତ୍ରିୟାଙ୍କ ଏହି ଆଲେଖ୍ୟ ରେ ବିଶେଷ ସହଯୋଗ ରହିଛି।ବ୍ୟବସାୟୀଙ୍କ ଆଧିପତ୍ୟ ଏବଂ ଅନୈତିକ ବାଣିଜ୍ୟ ଅଭ୍ୟାସ, ବଜାର ସୂଚନା ପ୍ରବାହରେ ଅପୂର୍ଣ୍ଣତା, ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ସୁବିଧାର ଅଭାବ, ବଜାର ୟାର୍ଡର ଅଭାବ ଇତ୍ୟାଦି ସମସ୍ୟା ସହିତ ଅଣକାଷ୍ଠ ବନଜାତ...

ସମ୍ପାଦନା ମଣ୍ଡଳୀ

Aurobindo Rout
ଅରବିନ୍ଦ ରାଉତ

ସମ୍ପାଦକ

Tushar Dash
ତୁଷାର ଦାଶ

ଉପଦେଷ୍ଟା ମଣ୍ଡଳୀ

Nivedita Panda
ନିବେଦିତା ପଣ୍ଡା

ଉପଦେଷ୍ଟା ମଣ୍ଡଳୀ