କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ

ବନବାରତା

କର୍ମୀ ପ୍ରଦୀପ ସାହୁଙ୍କ ମୁହଁରୁ….

ପ୍ରସ୍ତୁତି: ପ୍ରତିଭା ଘୋଷ

‘କ୍ୟାମ୍ପନ୍ ଫର୍ ସର୍ଭାଇଭାଲ୍ ଆଣ୍ଡ ଡିଗ୍‌ନିଟି’ । ଯାହାର ଆକ୍ଷରିକ ଅର୍ଥ ହେଉଛି ସମ୍ମାନର ସହ ବଞ୍ଚିବା ପାଇଁ ଆରମ୍ଭ ହୋଇଥିବା କ୍ୟାମ୍ପେନ୍‌। ପିଢ଼ି ପରେ ପିଢ଼ି ଧରି ନିଜର ଠିକଣା ସ୍ଥିର କରି ବଞ୍ଚୁଥିବା ଆଦିବାସୀମାନଙ୍କୁ ନିଜର ପୈତୃକ ବାସସ୍ଥଳୀକୁ ପୁଣି ଥରେ ଫେରାଇ ଆଣିବାକୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଏହି କ୍ୟାମ୍ପେନ୍ । ଯାହାର ମୂଳ ଲକ୍ଷ୍ୟ ଥିଲା ଆଦିବାସୀମାନେ ସମ୍ମାନ ଓ ସ୍ୱାଭିମାନର ସହ ନିଜର ପୈତୃକ ସ୍ଥଳୀରେ ସୁରକ୍ଷିତ ଭାବେ ବାସ କରିବାର ଅଧିକାର ପାଇବେ । ଏହି କ୍ୟାମ୍ପେନ୍‌ରେ ପ୍ରମୁଖ ଭାବେ ଅଂଶ ଗ୍ରହଣ କରିଥିଲେ ପ୍ରଦୀପ ସାହୁ । ଯିଏକି ନିଜ ଅଞ୍ଚଳରୁ ନିଜ ଲୋକମାନଙ୍କର ଅଧିକାରର କଥାକୁ ଏହି କ୍ୟାମ୍ପେନ୍ ମାଧ୍ୟମରେ ସ୍ପଷ୍ଟତାର ସହିତ ଆଣିବାର ପ୍ରୟାସ କରିଥିଲେ । ଚଳିତ ବନବାରତାରେ ଯେତେବେଳେ ଆମେ ସମସ୍ତ ଆଲେଖ୍ୟଗୁଡିକୁ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ରଖିବାକୁ ସ୍ଥର କରିଛୁ; ସେତେବେଳେ ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଯିଏକି ଏହି କ୍ୟାମ୍ପେନ୍‌?ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ତାଙ୍କର ମତ ଲୋଡିଥିଲୁ । କ୍ୟାମ୍ପେନ୍‌କୁ ନେଇ ସେ ରଖିଥିବା ନିଜ ଅନୁଭବ ଓ ଜଙ୍ଗଲ ଅଧିକାର ଆଇନ ଆସିବାର ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ। ଯ।।କି ଆମେ ଏହି ଲେଖା ମାଧ୍ୟମରେ ପାଠକଙ୍କ ନିକଟକୁ ପହଞ୍ଚାଇବାର ପ୍ରୟାସ କରିଛୁ ।

“୨୦୦୦ ମସିହାରେ ସୁପ୍ରିମ କୋର୍ଟ ଏକ ଆଦେଶର ଶୁଣାଣି କଲେ । ଯେଉଁଥିରେ କୁହାଯାଇଥିଲା ୧୯୮୦ ମସିହା ପରେ ଯେଉଁ ଗାଁଗୁଡିକ ଜଙ୍ଗଲ ଭିତରେ ରହିବା ଆରମ୍ଭ କରିଛନ୍ତି ସେସବୁ ଗାଁକୁ ତୁରନ୍ତ ଜଙ୍ଗଲ ଭିତରୁ ବାହାର କରି ଦିଆଯାଉ । ସୁପ୍ରିମ କୋର୍ଟଙ୍କ ଏହି ଆଦେଶ ଆସିବା କ୍ଷଣି ଜଙ୍ଗଲ ବିଭାଗର ଅଧିକାରୀମାନେ ଅନେକ ଗାଁରେ ନିଆଁ ଲଗାଇଦେଲେ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ; ବିହାରର ଅନେକ ଗାଁରେ ଅଗ୍ନିକାଣ୍ଡ ଘଟାଇଲା । ମଧ୍ୟପ୍ରଦେଶରେ ବି ଏହାର ପ୍ରଭାବ ବେଶ ଅନୁଭୂତ ହେଲା । ଓଡିଶାରେ ଯଦିଓ ଏହାର ପ୍ରାଦୁର୍ଭାବ ଅନ୍ୟ ରାଜ୍ୟମାନଙ୍କ ଭଳି ସେତେଟା ନଥିଲା ତଥାପି ଅଳ୍ପ କିଛି ପ୍ରଭାବ ଦେଖାଗଲା । ସେତେବେଳେ ପ୍ରଦୀପ ପ୍ରଭୂ, ଡକ୍ଟର ବିଡି ଶର୍ମାଙ୍କ (ପେସା ଆଇନ ଲାଗୁ ହେବାରେ ଯାହାଙ୍କର ପ୍ରମୁଖ ଭୂମିକା ଥିଲା) ଭଳି ନାମୀଦାମୀ ଲୋକ ଏହି ମାମଲାର ରହିତାଦେଶ ଆଣିବା ପାଇଁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କଲେ । ସେମାନଙ୍କର ମତ ଥିଲା ଏବେ ହୁଏତ ସୁପ୍ରିମ କୋର୍ଟ ଚାପର ବଶବର୍ତ୍ତୀ ହୋଇ ବନବାସୀଙ୍କୁ ସେମାନଙ୍କର ନାର୍ଯ୍ୟ ଦାବିରୁ ଉଚ୍ଛେଦ ନ କରି ପାରନ୍ତି ଓ ରହିତାଦେଶ ଜାରି କରି ପାରନ୍ତି । ମାତ୍ର ଏହାକୁ ନେଇ ଯଦି ବିଧିବଦ୍ଧ ରଣନୀତି ପ୍ରସ୍ତୁତ କରାନଯାଏ ଓ ଏକ ବିଧିବଦ୍ଧ ଆଇନ ପାରିତ ନ କରାଯାଏ ତେବେ ଏଭଳି ଅପ୍ରୀତିକର ପରିସ୍ଥିତି ବାରମ୍ବାର ଦେଶରେ ଉପୁଜି ପାରେ । ତେଣୁ ସେଠି ପ୍ରଥମ ଥର ପାଇଁ ଜଙ୍ଗଲ ଅଧିକାର ଆଇନ ଭଳି ଏକ ଆଇନଗତ ପ୍ରକ୍ରିୟାକୁ କ୍ୟାମ୍ପେନ୍ ମାଧ୍ୟମରେ ଆଗକୁ ଆଣିବାର ପ୍ରୟାସ କରାଗଲା । ଯାହାର ନାମ ରଖାଗଲା ‘କ୍ୟାମ୍ପେନ୍ ଫର ସର୍ଭାଇଭାଲ ଆଣ୍ଡ ଡିଗନିଟି’ ।

ପେସା କାନୁନ୍‌ରେ ଜଙ୍ଗଲସମ୍ପଦ ବନବାସୀଙ୍କର ଅଧିକାରରେ ରହିଥିଲେ ମଧ୍ୟ ପେସା ଆଇନ ସବୁ ଜାଗାରେ ଲାଗୁ ହୋଇ ପାରନଥିଲ । ଯେତେବେଳେ ଦେଶରେ ଏଭଳି ପରିସ୍ଥିତି ଥିଲା ସେତେବେଳେ ଏହି କ୍ୟାମ୍ପେନ୍ ଆରମ୍ଭ ହେଲା । ଛୋଟ ଆକାରରେ ଏହା ଓଡିଶାରେ ବି ଆରମ୍ଭ ହେଲା । ଯେଉଁଠି ବସୁନ୍ଧରା, ସିୱାଇଏସ୍‌ଡି, ଅଗ୍ରଗାମୀ, ଆକ୍ସନ୍‌ଆଡ ଭଳି ବହୁ ଛୋଟ ବଡ ସଂସ୍ଥା ଏହି କାମରେ ଯୋଡି ହେବା ଆରମ୍ଭ କଲେ । ନିଜ ନିଜର କାର୍ଯ୍ୟ କ୍ଷେତ୍ରରେ ଏହି କାମ ଆରମ୍ଭ ହେଲା । ଏଥିପାଇଁ ଗାଁ ଗାଁରେ ବୈଠକ ଡାକି ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ଆବଶ୍ୟକତା ବିଷୟରେ ଲୋକଙ୍କୁ ବୁଝାଇ ଏହା କିପରି ଆଇନର ପରିସରଭୁକ୍ତ ହେବ ସେଥିପାଇଁ ଏକ ଡ୍ରାଫ୍ଟ ବିଲ ଆଣିବାର ପ୍ରକ୍ରିୟା ଆରମ୍ଭ କରାଗଲା । ସେତେବେଳେ ସିଏସ୍‌ଡିର ମୁଖ୍ୟ କାମ ଥିଲା କି ସରକାରଙ୍କ ସହ ମିଶି ଏହି ଡ୍ରାଫ୍ଟ ବିଲକୁ ପ୍ରସ୍ତୁତ କରିବା ଓ ସରକାରଙ୍କୁ ଏ ଦିଗରେ ପରାମର୍ଶ ଦେବା । ଯେଉଁଥିରେ ସିଏସ୍‌ଡି ମତ ରଖିଲା କି ଏହି ଆଇନ ଏମିତିରେ କରାଯିବା ଉଚିତ ନୁହେଁ ବରଂ ଡ୍ରାଫ୍ଟ ବିଲ ପ୍ରସ୍ତୁତ ହେବା ପୂର୍ବରୁ ସବୁ ରାଜ୍ୟକୁ ଯାଇ ସବୁ ରାଜ୍ୟରୁ ଲୋକଙ୍କ ମତ ଗ୍ରହଣ କରାଯିବା ଦରକାର । ଯେଉଁଥିରେ ଜଙ୍ଗଲ ଯଦି ଆଜି ବଞ୍ଚିଛି ତେବେ କାହା ପାଇଁ ବଞ୍ଚିଛି ସେମାନଙ୍କର ମତ ଆସିବା ଦରକାର । ଏମିତିରେ କ୍ୟାମ୍ପେନ୍‌ରେ ଜଡିତ ଥିବା ଲୋକ ମଧ୍ୟପ୍ରଦେଶ, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ଯାଇ ଲୋକଙ୍କ ମତାମତ ସଂଗ୍ରହ କରାଯିବା ଦରକାର ।

ସେଠାକାର ସବୁ ଆଦିବାସୀ ନେତାମାନଙ୍କ ସହ ମିଶି ଜଙ୍ଗଲ କାହା ପାଇଁ ବଞ୍ଚିଛି ସେସବୁ କଥା ଆଲୋଚନା କରାଗଲା । ଏହି ନିଷ୍ପତ୍ତିକୁ କେନ୍ଦ୍ରରେ ଥିବା ଦଳ ଦ୍ୱାରା କରାଗଲା । ଡ୍ରାଫ୍ଟ ବିଲ୍‌ରେ ଏସବୁ କଥା କିପରି ଆସିବ ସେସବୁ କଥାକୁ ଗୁରୁତ୍ୱ ଦିଆଗଲା । ଆଦିବାସୀ ବିନା ଜଙ୍ଗଲ ଓ ଜଙ୍ଗଲ ବିନା ଆଦିବାସୀଙ୍କ ବଞ୍ଚିବା ଯେ ଅସମ୍ଭବ ଏକଥା କିପରି ଡ୍ରାଫ୍ଟ ବିଲ୍‌ରେ ଅଣାଯିବ ସେସବୁ କଥା ବି ଆଲୋଚନା କରାଗଲା ।

କେବଳ ସେତିକି ନୁହେଁ କମ୍ପାନୀ, ଖଣିଖାଦାନ ଖୋଳିବା ଭଳି କାର୍ଯ୍ୟ ଦ୍ୱାରା ବି ଅନେକ ଲୋକ ବିସ୍ଥାପିତ ହେଲେ । ସେତେବେଳେ ଲୋକଙ୍କ ପାଖରେ ଆଇନଗତ ଦୃଷ୍ଟିରୁ କୌଣସି ଜମି ପଟ୍ଟା ନଥିଲା । ସେତେବେଳେ ପୁରା ଜଙ୍ଗଲ ଥିଲା ଜଙ୍ଗଲ ବିଭାଗର । ତେଣୁ ଲୋକେ ତା ଉପରେ ଚାଷ ବାସ କରୁଥିଲେ ବି ତାଙ୍କ ପାଖରେ କୌଣସି ଆଇନଗତ ସ୍ୱୀକୃତି ନଥିଲା । ତେଣୁ ଯେହତୁ ପଟ୍ଟା ନଥିଲା ତେଣୁ ଲୋକେ ସରକାରଙ୍କ ଥଇଥାନ ପ୍ୟାକେଜ୍‌?ର ବି ଅନ୍ତର୍ଭୁକ୍ତ ହୋଇ ପାରିଲେ ନାହିଁ । ଏମିତିରେ ଲୋକେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ମୁହାଁ ହେଲେ ଓ ଜଙ୍ଗଲ ଭିତରେ ନିଜର ସୁରକ୍ଷିତ ସ୍ଥାନ ବୋଲି ଭାବି ସେଠାରେ ରହିବା ଆରମ୍ଭ କଲେ । ଜଙ୍ଗଲ ବିଭାଗ କର୍ପୋରେସନ୍ ଦ୍ୱାରା ଅନେକ ସ୍ଥାନରେ ଜଙ୍ଗଲର ଗଛ କାଟି ବିକ୍ରି କରୁଥିବା ବେଳେ ଗାଁ ଲୋକଙ୍କୁ କାମ ଦେବା ବାହାନାରେ ବିସ୍ଥାପିତ କରି ନେଇ ଜଙ୍ଗଲ ଭିତରେ ଥଇଥାନ କରି ଦେଇଥିଲା । ଫଳରେ ସେଠାରେ ବି ଅନେକ ଲୋକ ସେଠାରେ ରହିବାକୁ ଲାଗିଲେ। ଏସବୁ ଐତିହାସିକ ଅନ୍ୟାୟର ବିଷୟଗୁଡିକ ଡ୍ରାଫ୍ଟ ବିଲ୍‌ରେ ରଖାଯାଇ ଏହାକୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ନିଆଗଲା । ପୁଣି ଏହି ଡ୍ରାଫ୍ଟ ବିଲ୍‌ରେ କୁହାଗଲା ଗ୍ରାମସଭା ସର୍ବୋଚ୍ଚ କ୍ଷମତାର ଅଧିକାରୀ ରହିବ । ସେ ସମୟରେ ଜଏଣ୍ଟ ପାର୍ଲ୍ୟମେଣ୍ଟାରୀ କମିଟି କରାଯାଇ ଏହାକୁ ପାରିତ କରାଯିବାକୁ ଚେଷ୍ଟା କରାଗଲା । ଓଡିଶାରେ ଜେଲ ଭରୋ ଆନ୍ଦୋଳନ ଆରମ୍ଭ ହୋଇ ଏହା ପରକୁ ପର ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବ୍ୟାପିବାକୁ ଲାଗିଲା । ପରେ ୨୦୦୬ରେ ଏହା ଆଇନରେ ପରିଣତ ହେଲା । ୨୦୦୮ରେ ଏହା ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବାକୁ ଲାଗିଲା । ଲୋକଙ୍କ ନିଜସ୍ୱ ବଦାନ୍ୟତାରେ ଏହି କ୍ୟାମ୍ପେନ୍ କାମ ଏବେ ବି ଚାଲୁଛି ।

ବନବାରତା
 |  + posts

Quarterly published magazine

ଭଲ ଲାଗି ପାରେ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହରେ : ପ୍ରଣତି ସାହୁ, ଶୁଭଶ୍ରୀ ମିଶ୍ର, ସସ୍ମିତା ଟୁଡ଼ୁ, ମୌସୁମୀ ପ୍ରଧାନଓଡ଼ିଶାର ବିଭିନ୍ନ ସମୁଦାୟଙ୍କ ଜୀବନରେ...

read more
ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା...

read more
ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ...

read more
କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ...

read more
ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ...

read more
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି ।...

read more